ଦଲାଲ୍ ଦମନ ଅଭିଯାନରେ ଏବେ ସୁଦ୍ଧା ୩୦ ଦଲାଲ ଗିରଫ ହୋଇଛନ୍ତି । ସମ୍ବଲପୁର ଓ ବଲାଙ୍ଗିରରୁ ସର୍ବାଧିକ ୫ଜଣ ଲେଖାଏଁ ଗିରଫ ହୋଇଥିବାବେଳେ ଭୁବନେଶ୍ବର, ରାଉରକେଲା ଓ ଭଦ୍ରକରୁ ୪ ଜଣ ଲେଖାଏଁ ଗିରଫ ହୋଇଛନ୍ତି । ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୩ ଓ ନବରଙ୍ଗପୁରର ୨ ଦଲାଲ୍ ଗିରଫ ହୋଇଛନ୍ତି । ମେଡ଼ିକାଲ୍ ଓ ଆରଟିଓ ଅଫିସ୍କୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ କାର୍ଯ୍ୟରେ ତତ୍ପରତା ଦେଖାଇ ଆଜି ୩୦ ଜଣ ଦଲାଲ୍କୁ ଗିରଫ କରିଛି ।