ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ପ୍ରାର୍ଥୀ ଭାବେ ଘାେଷଣା କରିଛନ୍ତି । ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୧ତାରିଖରେ ଏହି ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାକୁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି । ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ଟିକେଟ ଦେଇଥିଲା । ଉପନିର୍ବାଚନ ଜିଣି ସ୍ବଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ୨୦୧୮ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ତରଫରୁ କିଏ ପ୍ରାର୍ଥୀ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା । କଂଗ୍ରେସ ତରଫରୁ ବିଜେପୁର ଆସନ ପାଇଁ ଦିଲ୍ଲୀ ପଣ୍ଡା ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିନାହିଁ ।