ବିହାର ବନ୍ୟା ପରିସ୍ଥିତ ଗମ୍ଭୀର, ମୃତ୍ୟୁ ସଂଖ୍ୟା ୨୩ରେ ପହଁଞ୍ଚିଲା, 13 ଟି ଟ୍ରେନ ବାତିଲ କଲା ରେଳ ବିଭାଗ

Published: Sep 29, 2019, 6:01 pm IST

ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗୟା ଓ ଭାଗଲପୁରରେ ୬ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ  ହୋଇଥିବାବେଳେ ଦାନାପୁର ଓ କୈମୁରରେ ୪ ଜଣ ଲେଖାଏଁ ମୃତ ହୋଇଛି । ସେହିପରି ଜମୁଈ, ବେଗୁସରାଇ ଓ ସୀତାମଢ଼ିରେ ଜଣେ ଲେଖାଏଁ ମୃତ ବରଣ କରିଛନ୍ତି ।  ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ଟ୍ରେନ୍‌ ବାତିଲ କରାଯାଇଛି।  ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।

 

Related posts