ନୀତି ଆୟୋଗ ୨୦୧୬-୧୭ ବର୍ଷ ପାଇଁ ସ୍କୁଲ ଶିକ୍ଷା କ୍ବାଲିଟିର ରାକିଂ ଜାରି କରିଛନ୍ତି । ଏହି ରାକିଂରେ ଦେଶର ୨୦ଟି ବଡ଼ ବଡ଼ ରାଜ୍ୟକୁ ସ୍ଥାନିତ କରାଯାଇଛି । ଏହି ସୂଚକାଙ୍କରେ ପ୍ରଥମ ସ୍ଥାନରେ କେରଳ ରହିଥିବାବେଳେ ଅନ୍ତିମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଦ୍ବିତୀୟ ଏବଂ ତୃତୀୟସ୍ଥାନରେ ରହିଛନ୍ତି ରାଜସ୍ଥାନ ଓ କର୍ଣ୍ଣାଟକ । ଏହି ରିପୋର୍ଟ ଅନୁସାରେ କେରଳର ସ୍କୋର ୭୬.୬ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ସ୍କୋର ୩୬.୪ ପ୍ରତିଶ ରିହଛି । ‘ଦ ସକ୍ସସେସ୍ ଅଫ୍ ଓ୍ବାର ସ୍କୁଲସ-ସ୍କୁଲ ଏଜୁକେସନ୍ କ୍ବାଲିଟି ଇଣ୍ଡେକ୍ସ’ ଆଧାରରେ ଏହି ରିପୋର୍ଟ ଜାରି କରାଯାଇଛି । ନୀତି ଆୟୋଗ, ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଓ ବିଶ୍ବବ୍ୟାଙ୍କ ଯୁଗ୍ମ ରୂପେ ଏହି ରିପୋର୍ଟକୁ ଜାରି କରିଛନ୍ତି । ସ୍କୁଲରେ ପିଲାଙ୍କ ଶିଖିବାର ପରିଣାମ ଉପରେ ଏହି ରିପୋର୍ଟ ଆଧାରିତ ହୋଇଛି ।
ଏହି ଇଣ୍ଡେକ୍ସରେ ୨୦୧୫-୧୬ ଆଧାର ବର୍ଷ ରୂପେ ବ୍ୟବହାର କରାଯାଇଛି । ରିପୋର୍ଟ ଅନୁସାରେ ଛୋଟ ରାଜ୍ୟ ତଥା ମଣିପୁର, ତ୍ରିପୁର ଓ ଗୋଆ ଆଦି ଭିତରେ ମଣିପୁରକୁ ପ୍ରଥମ, ତ୍ରିପୁରା ଓ ଗୋଆକୁ ଦ୍ବିତୀୟ ଓ ତୃତୀୟ ସ୍ଥାନ ମିଳିଛି । ସେହିପରି କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଚଣ୍ଡୀଗଡ଼କୁ ପ୍ରଥମ ସ୍ଥାନ ମିଳିଥିବାବେଳେ ଏହା ତଳକୁ ରହିଛନ୍ତି ଦାଦର ନଗର ହାବେଳୀ, ଦିଲ୍ଲୀ, ପୁଡୁଚେରୀ, ଦାମନ ଔର ଡିଉ, ଆଣ୍ଡାମାନ୍ ନିକୋବର ଓ ଲାକ୍ଷାଦୀପ ସାମିଲ୍ ହୋଇଛନ୍ତି । ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟ ରହିଛନ୍ତି ।