ସୁଶାନ୍ତ ସିଂ ରାଜପୁତ୍ ଓ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଏବେ ଖୁବ୍ ଚର୍ଚ୍ଚାରେ । ତେବେ ଏ ଦୁହେଁ ନିଜ ସମ୍ପର୍କ ବିଷୟରେ ମୌନ ରହିଥିବାବେଳେ ଦୁହିଁ ଜଣଙ୍କ ସୋସିଆଲ ମିଡିଆରେ ପୋଷ୍ଟ ସମ୍ପର୍କକୁ ସବୁଜ ସଂକେତ ଦେଉଛି । ଏହି ଦୁଇ କଳାକାର ଜଣକ ମଧ୍ୟରେ ଅଫେୟାର ବେଶ୍ କିଛି ଦିନ ହେବ ବି ଟାଉନ୍କୁ ସରଗରମ କରିଛି । ଦୁହେଁ ୟୁରୋପ ଟୁର୍ରେ ଯାଇଥିବାବେଳେ ସେଠାରେ ଦୁହେଁ ଏକ ସପିଂ ମଲ୍ରୁ ସପିଂ କରୁଥିବାର ଫଟୋ ସୋସିଆଲ୍ ସାଇଟ୍ରେ ପୋଷ୍ଟ କରିଛନ୍ତି । ଦୁହେଁ ଇଟାଲିରେ କ୍ବାଲିଟି ଟାଇମ୍ ଅତିବାହିତ କରୁଥିବାର ଜଣାପଡିଛି । ସୁଶାନ୍ତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଅଙ୍କିତା ଲୋଖେଣ୍ଡ, ଓ କୀର୍ତ୍ତିଙ୍କ ସହ ତାଙ୍କ ସମ୍ପର୍କ ରହିଥିବାବେଳେ ନିକଟରେ ରିୟା ସହ ତାଙ୍କ ସମ୍ପର୍କ ବେଶ୍ ଚର୍ଚ୍ଚାରେ । ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋର’ ବକ୍ସ ଅଫିସ୍ରେ ମଧ୍ୟ ବେଶ୍ ଭଲ ବ୍ୟବସାୟ କରିଛି । ଏବେ ସୁଶାନ୍ତଙ୍କ ହାତରେ ସାଜିଦ୍ ନାଦିଆଦଓ୍ବାଲାଙ୍କ ତିନୋଟି ପ୍ରୋଜେକ୍ଟ ରହିଛି ।