ମଧ୍ୟପ୍ରଦେଶର ଗୁନାଠାରେ ଏକ ଘରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଦିପାବଳୀ ସମୟରେ ଏପରି ଘଟଣା ବଢିଯାଇଥାଏ । ନିକଟରେ ଉତ୍ତରପ୍ରଦେଶର କନୌଜ୍ଠାରେ ମଧ୍ୟ ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗମ୍ଭୀର ରୂପେ ଆହତ ହୋଇଥିଲେ।