ସମୀକ୍ଷା ବ୍ୟୁରୋ
ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଆସନ୍ତା ୨୧ ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହାକୁ ନେଇ ସ୍ଵତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଅଧିକ ସଂଖ୍ୟାରେ ମତଦାନ ପାଇଁ ଗୁରୁତ୍ଵ ଦିଆଯାଇଛି। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତିନି ଦିନ ଛୁଟି ଘୋଷଣା କରିଛନ୍ତି। ଏହି ଉପନିର୍ବାଚନରେ ମତଦାନ କରିବା ନିମନ୍ତେ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ନିର୍ବାଚନ ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପର ଦିନକୁ ମିଶାଇ ମୋଟ ତିନି ଦିନ ଛୁଟି ନେଇପାରିବେ।
ଏତଦବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ତିନି ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ଇଚ୍ଛାଧୀନ ଛୁଟି ନେଇପାରିବେ।