ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆରମ୍ଭ ହୋଇଛି । ରାଞ୍ଚିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ମୟଙ୍କ ଅଗ୍ରଓ୍ବାଲ(10) ଏବଂ ଚେତେଶ୍ବର ପୂଜାରା (0)ଙ୍କ ଓ୍ବିକେଟ ହରାଇ 9 ଓଭର ଶେଷ ସୁଦ୍ଧା 16ରନ୍ ସଂଗ୍ରହ କରିଛି । ଦ. ଆଫ୍ରିକା ପକ୍ଷରୁ ରବାଡା ଉଭୟ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଶାହାବାଜ୍ ନଦୀମ୍ଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଦତକ୍ଷିଣ ଆଫ୍ରିକା ଦଳରେ ଚାରିଟି ପରିବର୍ତ୍ତନ କରାଯାଇଛି । ଆଡେନ୍ ମର୍କ୍ରମ୍ଙ୍କ ସ୍ଥାନରେ ଜୁବେର୍ ହାମ୍ଜା, କେଶବ ମହାରାଜଙ୍କ ସ୍ଥାନରେ ଜର୍ଜ ଲିଣ୍ଡେ, ଥେଉନିସ୍ ଡି ବ୍ରୁଇନ୍ଙ୍କ ସ୍ଥାନରେ ହେନ୍ରିଚ୍ କ୍ଲାସିନ୍ ଏବଂ ଫିଲାଣ୍ଡରଙ୍କ ସ୍ଥାନରେ ଲୁଙ୍ଗି ଏନ୍ଗିଡିଙ୍କୁ ଦଳରେ ସାମିଲ୍ କରାଯାଇଛି ।