ଇଞ୍ଜିନ୍ ଅଚଳ ଯୋଗୁଁ ତିନି ଘଣ୍ଟା ଅଟକିଲା ହୀରାଖଣ୍ଡ। ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନ ଅଚଳ ଯୋଗୁଁ ରାୟଗଡ଼ାରେ ଭାଲୁମାସ୍କା ଷ୍ଟେସନଠାରୁ ୪ କିଲେମିଟର ଦୂରରେ ଅଟକି ରହିଥିଲା। ଅନ୍ୟ ଏକ ଇଞ୍ଜିନି ସଂଯୋଗ ଦ୍ବାରା ଭାଲୁମୁସ୍କା ଷ୍ଟେସନ ଆସିଲା ଟ୍ରେନ୍। ଟ୍ରେନ୍ ବିଳମ୍ବ ତଥା ଅଟକ ଯୋଗୁଁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି। ତେବେ ଟ୍ରେନ୍ର ଇଞ୍ଜିନ ଅଚଳର ନିର୍ଦ୍ଦିଷ୍ଟ କାରଣ ନେଇ ରେଲ୍ଓ୍ବେ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ।