ରାଞ୍ଚିରେ ଅନୁଷ୍ଠିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଲଞ୍ଚ ବିରତି ସୁଦ୍ଧା 3 ଓ୍ବିକେଟ୍ ହରାଇ 71 ରନ୍ ସଂଗ୍ରହ କରିଛି । ମୟଙ୍କ ଅଗ୍ରଓ୍ବାଲ(10) , ଚେତେଶ୍ବର ପୂଜାରା (0) ଏବଂ ବିରାଟ କୋହଲି(12)ଙ୍କ ଓ୍ବିକେଟ ହରାଇ 23 ଓଭର ଶେଷରେ 71 ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା 15 ରନ୍ ବିନିମୟରେ 2ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ କୋହଲି ଆନିର୍ଚ୍ଚ ନୋର୍ଜେଙ୍କ ଶିକାର ହୋଇଥିଲେ । ପ୍ରଥମ ସେସନ ଖେଳ ଶେଷ ବେଳକୁ ରୋହିତ ଶର୍ମା(38) ଏବଂ ଆଜିଙ୍କ୍ୟ ରାହାଣେ(11) ଅବିଭାଜିତ 32 ରନ୍ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି ।