ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି । ଦୀପାବଳି ଅବସରରେ ବିଭିନ୍ନ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାପଡିଛି । ଚିଭାସ୍ ରେଗାଲ୍, ବାଲାଣ୍ଟିନେସ ଫିନେଷ୍ଟ ଏବଂ ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟରେ ହ୍ରାସ କରାଯାଇଛି । 750 ମିଲି ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟ ପୂର୍ବରୁ 1800 ଟଙ୍କାର ରହିଥିବା ବେଳେ ଏହା 14 ଶହ ଟଙ୍କାକୁ ହ୍ରାସ ପାଇଛି । ବାଲାଣ୍ଟିନେସ ଫିନେଷ୍ଟର ମୂଲ୍ୟ18 ଶହ ଟଙ୍କାରୁ 1350ଟଙ୍କାକୁ ହ୍ରାସ ପାଇଛି । ସେହିପରି ଚିଭାସ୍ ରେଗାଲ୍ର ମୂଲ୍ୟ 3850 ଟଙ୍କାରୁ 2800 ଟଙ୍କାକୁ ହ୍ରାସ ପାଇଛି । ଏହି ମୂଲ୍ୟ ଦୀପାବଳିର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ତିନି ସପ୍ତାହ ପାଇଁ ମଦ ଉପରେ ଆୟକର ବ୍ୟବସ୍ଥାକୁ ଦିଲ୍ଲୀ ସରକାର ହ୍ରାସ କରିଛନ୍ତି ।