ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ଏବଂ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମୁମ୍ବାଇକାର ବ୍ୟାଟ୍ସମ୍ୟାନ ରୋହିତ-ରାହାଣେଙ୍କ ଦୃଢ ବ୍ୟାଟିଂ ଫଳରେ ଭାରତ 184/3ର ସମ୍ମାନଜନକ ସ୍କୋର ହାସଲ କରିଛି । 39 ରନ୍ରେ 3 ଓ୍ବିକେଟ୍ ହରାଇଥିବା ଭାରତ ଉଭୟଙ୍କ ଅବିଭାଜିତ ଶତକୀୟ ଭାଗିଦାରୀ ଫଳରେ 184 ରନ୍ରେ ପହଞ୍ଚିଛି । ଓପ୍ନର ରୋହିତ ଶର୍ମା 132 ବଲ୍ର ସମ୍ମୁଖୀନ ହୋଇ 13 ଚୌକା ଏବଂ 3 ଛକ୍କା ଜରିଆରେ 101 ରନ୍ ସଂଗ୍ରହ କରିଥିବା ବେଳେ ରାହାଣେ 94 ବଲ୍ର ସମ୍ମୁଖୀନ ହୋଇ 9ଟି ଚୌକା ଜରିଆରେ 60 ରନ୍ ସଂଗ୍ରହ କରିଛନ୍ତି ।