ଋଷରେ ଏକ ଡ୍ୟାମ୍ ଭୁଷୁଡି 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ଋଷିଆର ସାଇବେରିଆରେ ଏହି ଦୁର୍ଘଟଣା ଶନିବାର ସକାଳେ ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଡ୍ୟାମ୍ ଭୁଷୁଡିଥିବା ବେଳେ 11 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାଇବେରିଆର କ୍ରାସ୍ନୋୟାର୍ସ୍କରେ ରହିଥିବା ଏକ ସୁନାଖଣିରେ ଏହି ଡ୍ୟାମ୍ ଭୁଷୁଡି ପଡିଥିଲା । ଖଣିରେ ସମୁଦାୟ 270 ଜଣ ଶ୍ରମିକ କାମ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 5ଟି ଏମ୍ଆଇ-8 ଏବଂ ଏମ୍ଆଇ-26 ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।