ପୁଣି ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ ଝାରସୁଗୁଡ଼ା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଚଢାଉ କରିଛି । ଆଜି ଭିଜିଲାନ୍ସ ଟିମ ତାଙ୍କ ବଢେଇମୁଣ୍ଡା ଓ ଅଇତାପତି ବାସଭବନ ସମେତ ଶ୍ୱଶୁର ଘର ଓ କିଛି ସ୍ଥାନରେ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ମିଳିଛି ।