ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ବଡିଗାର୍ଡ ଶେରା ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ଶେରା ଶିବସେନାରେ ଯୋଗ ଦେଇଥିବା ନେଇ ଶିବସେନାର ଟ୍ବିଟ୍ଟର ପେଜ୍ରେ ସେୟାର କରାଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଯୁବ ସେନା ସଭାପତି ଆଦିତ୍ୟ ଠାକ୍ରେଙ୍କ ଉପସ୍ଥିତିରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ମୁମ୍ବାଇର ମାତୋଶ୍ରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର 21 ତାରିଖରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 24 ତାରିଖରେ ଫଳାଫଳ ଆସିବ ।