ସମୀକ୍ଷା ବ୍ୟୁରୋ
ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଖଦୀ ପ୍ରଦର୍ଶନୀ-ଖଦୀ ବଜାର। ରାଜ୍ୟ ଖଦୀ ଓ ଗ୍ରାମ ଉଦ୍ୟୋଗ ବୋର୍ଡ ତରଫରୁ ଗାନ୍ଧୀ ଜୟନ୍ତି ଉପଲକ୍ଷେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ଓଡିଶାର ବିଭିନ୍ନ ଖଦୀ ଓ ଗ୍ରାମ ଉଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏଥିସହିତ ଆନ୍ଧ୍ର ପ୍ରଦେଶ, ବିହାର ଏବଂ ପଶ୍ଚିମ ବଂଗ ପରି କେତେକ ରାଜ୍ୟର ଖଦୀ ଉଦ୍ୟୋଗୀ ମଧ୍ୟ ଏହି ପ୍ରଦର୍ଶନୀରେ ଯୋଗଦେଇଛନ୍ତି। ଏଥିରେ ପ୍ରଦର୍ଶନ ସହିତ ଗ୍ରାହକମାନଙ୍କୁ ରିହାତି ଦରରେ ସାମଗ୍ରୀ ବିକ୍ରୀ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ସିଲ୍କି ଶାଢୀ, କୋଲକାତାର ଖଦୀ ସାର୍ଟ ଏବଂ ଓଡିଶାର ଖଦୀ ପୋଷାକ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳାକୁ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଛନ୍ତି। ସଂଧ୍ୟାରେ ଗ୍ରାହକମାନଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଖଦୀ ବଜାର 15 ଦିନ ଧରି ଚାଲିବ।