ଚୀନ୍ର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ଜଣଙ୍କର ପ୍ରାଣହାନି ଘଟିଛି। ଚୀନ୍ର ପୂର୍ବ ଭାଗରେ ଅବସ୍ଥାପିତ ଫୁଜିଆନ୍ ସହରରେ ଅବସ୍ଥାପିତ ଏକ ରାସାୟନିକ କାରଖାନାରେ ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାତ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।