ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହି ଘଟଣାରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ରବିବାର କୁପଓ୍ବାରା ଜିଲ୍ଲାର ତନଘର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହି ଘଟଣାରେ ୩ ଜଣ ଯବାନଙ୍କ ସମେତ ୮ ଜଣ ଆହତ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ,ତନଘର, ନୌଗାମ୍ ଏବଂ କୁପଓ୍ବାରା ସୀମାରେ ଶନିବାର ରାତିରୁ ପାକିସ୍ତାନ ପକ୍ଷରୁ ଗୁଳିଚାଳନା ଜାରି ରହିଛି। ଚିତ୍ରକୂଟ ଗ୍ରାମରେ ସର୍ବାଧିକ କ୍ଷତି ଘଟିଛି। ଗ୍ରାମର ୬ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି।