ଅଳ୍ପ କିଛିଦିନର ନୀରବତା ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅସୁରକ୍ଷିତ ଭାବେ ଥିବା ମାର୍କେଟ୍ ଉଚ୍ଛେଦ କରାଯାଉଛି। ରାଜ୍ୟ ସରକାର ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହେବ ବୋଲି ନିଷ୍ପତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେତେକ ମଠ ଓ ଉଠାଦୋକାନ ସବୁକୁ ଉଚ୍ଛେଦ କରାଯାଇଥିଲା। ଏପରିକି ଏମାର ମଠ ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟାରୁ ବାଦ ପଡି ନଥିଲା। ମାତ୍ର ସାଧାରଣରେ ଅସନ୍ତୋଷ ପ୍ରକାଶ ପରେ ଏହି ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ଧାରା ପୁନର୍ବାର ଜାରି କରାଯିବା ସହିତ ୧୫୦ରୁ ଅଧିକ ଦୋକାନ ଘର ଥିବା ଅସୁରକ୍ଷିତ ମାର୍କେଟ୍ କମ୍ପ୍ଲେକ୍ସ ଭଙ୍ଗା ଯାଇଛି।