ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର ୧୧ ତମ ଶତକ ହାସଲ କରିଥିବା ରାହାଣେ ରୋହିତ ଶର୍ମାଙ୍କ ସହିତ ଦ୍ବିଶତକୀୟ ଭାଗିଦାରୀ କରିବା ସହିତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତ ୨୮୪ରନ୍ରେ ତିନୋଟି ଓ୍ବିକେଟ୍ ହରାଇଛି। ଦ୍ବିତୀୟ ଦିନର ଜଳପାନ ବିରତି ବେଳକୁ ରାହାଣେ(୧୦୧) ଏବଂ ରୋହିତ (୧୫୯) ରନ୍ରେ ବ୍ୟାଟିଂ କରୁଛନ୍ତି। ଏହା ସହିତ ରୋହିତ ଚଳିତ ସିରିଜ୍ରେ ନିଜର ଦ୍ବିତୀୟ ୧୫୦ ରନ୍ ଅତିକ୍ରମ କରିବା ସହିତ ଦ୍ବିତୀୟ ଦ୍ବିଶତକ ଆଡକୁ ଅଗ୍ରସର ହେଉଛନ୍ତି। ୧୬୯ ବଲ୍ରୁ ନିଜର ଶତକ ପୂରଣ କରିଥିବା ରାହାଣେ ନିଜ ଇନିଂସରେ ୧୪ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି। ଅନ୍ୟପକ୍ଷରେ ରୋହିତ ୨୦୮ଟି ବଲ୍ର ସମ୍ମୁଖୀନ ହୋଇ ୨୨ଟି ଚୌକା ଏବଂ ୪ଟି ଛକ୍କା ସହିତ ୧୫୯ ରନ୍ରେ ବ୍ୟାଟିଂ କରୁଛନ୍ତି।