କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ପରେ ନିଜର ତୁର୍କୀ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଅଙ୍କାରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦିନ ତଳେ ଏଫ୍ଟିଏଫ୍ରେ ପାକିସ୍ତାନ ବିପକ୍ଷରେ ରାୟ ଆସିବା ପରେ ତୁର୍କୀ ପାକିସ୍ତାନର ସମର୍ଥନରେ ବାହାରିଥିଲା। ଏହା ସହିତ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରିଥିଲା। ତୁର୍କୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଟାୟିପ୍ ଏଡୋଗ୍ରାନ୍ ଏଫ୍ଟିଏଫ୍ ସମ୍ମିଳନୀରେ ପାକିସ୍ତାନର ସମର୍ଥନ କରିବା ପରେ ଶନିବାର ରାତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି।