ଭାରତୀୟ-ଆମେରିକୀୟ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ ପୀୟୁଷ ଗୋଏଲ୍ଙ୍କ ବାମପନ୍ଥୀ ମନ୍ତବ୍ୟକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଚିନ୍ତା ଆଧାରରେ ମୁଁ ଆଦୌ ପକ୍ଷପାତୀ ନୁହେଁ । ମୁଁ ଅନେକ ବିଜେପି ଶାସିତ ରାଜ୍ୟ ସହିତ କାମ କରିଛି । ଆମେ ଏକାଧିକ ରାଜ୍ୟ ସହିତ କାମ କରିଥାଉ । ଏପରିକି ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆମେ ଗୁଜୁରାଟ ପ୍ରଦୂଷଣ ନିଗମ ସହିତ କାମ କରିଥିଲୁ । ତେଣୁ କୌଣସି ଦଳକୁ ସମର୍ଥନ କରିବା ନେଇ ଗୋଏଲଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ବାନାର୍ଜୀ କହିଛନ୍ତି । କଂଗ୍ରେସ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରସ୍ତାବ ମାଗିଥିବାରୁ ନ୍ୟାୟ ଯୋଜନା ପ୍ରଦାନ କରାଯାଇଥିଲା । ସମାନ ଭାବରେ ଯଦି ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହାୟତା ଆଶା କରିବେ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଥିଲେ ।