ସମୀକ୍ଷା ବ୍ୟୁରୋ
ବାଣପୁର ସ୍ଥିତ ଶ୍ରୀଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଦ୍ବାରା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ କୁମାର ବଳିୟାରସିଂହ, ରାଜ୍ୟ ସଂଯୋଜକ କେଦାର ଦାଶ, ସମ୍ପାଦକ ପ୍ରଫେସର ଜ୍ଞାନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏତଦ୍ବ୍ୟତୀତ ଏହି ବୈଠକରେ ବାଣପୁର ଓ ବାଲୁଗାଁ ଅଞ୍ଚଳର ୩୦ଟି ଦଳର ଦଳବେହେରା, ଦଳପତି, ପାଇକ ସର୍ଦ୍ଦାର, ପାଇକ ଗୁରୁ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ଏହି ବୈଠକରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଣପୁର ପଲଟଣ ପଡ଼ିଆରେ ଏକ ବିରାଟ ସମାବେଶର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହା ସହିତ ପାଇକମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ସ୍ବତନ୍ତ୍ର ଭତ୍ତା ମିଳିବା ନେଇ ରାଜ୍ୟସରକାରଙ୍କୁ ଦାବି କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଛି।