ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ତଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ଅପରପାର୍ଶ୍ବରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଆଜି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରାଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତନଘର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ। ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଛି। ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପାକିସ୍ତାନ ମୋଟ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଛି।