ହିନ୍ଦୁ ସମାଜର ପାର୍ଟିର ନେତା କମଲେଶ ତିୱାରୀଙ୍କ ମାଆ, ପତ୍ନୀ ଏବଂ ପୁଅ ରବିବାର ଦିନ ଲକ୍ଷ୍ନୌରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି କମଲେଶ ତିୱାରୀଙ୍କ ପତ୍ନୀ କିରଣ ନିଜର ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡର ଦାବି କରିଛନ୍ତି । ଏହି ମାମଲାରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଯିଏ ବି ଏହି ଘଟଣାରେ ସାମିଲ ଥିବ ତାକୁ କୌଣସି ପ୍ରକାରେ ଛଡାଯିବନି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ ଓ ଗୁଜରାଟର ସୁରଟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ.ପି. ସିଂ ସୂଚନା ଦେଇଥିଲେ।