ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।। ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି। ଦିବ୍ୟବିହାରରେ ଏହି ଦମ୍ପତ୍ତି ଏକ ଭଡାଘରେ ରହୁଥିବା ବେଳେ ତାଙ୍କ ନିକଟରେ ତାଙ୍କ ଝିଅ ଏବଂ ନାତି ରହୁଥିଲେ। ଗତକାଲି ଦୁର୍ବୃତ୍ତମାନେ ତାଙ୍କ ଘରର ଗ୍ରୀଲ୍ ତାଡ଼ି ଭିତରେ ପଶି ଚୋରି କରିଥିଲେ। ସକାଳୁ ଚୋରି ସମ୍ବନ୍ଧରେ ଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।