ସମୀକ୍ଷା ବ୍ୟୁରୋ
ବିଗତ ଦୁଇ ବର୍ଷ ମଧ୍ୟରେ ବିଜେପୁରରେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୧ ତାରିଖ ସୋମବାର ଅନୁଷ୍ଠିତ ଉପ ନିର୍ବାଚନରେ ୭୯.୧୭ ପ୍ରତିଶତ ଭୋଟ ପଡିଥିବା ଜଣାପଡିଛି। ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଥିଲା। ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ୭୯.୨୮ ପ୍ରତିଶତ ଭୋଟ ପଡିଥିବା ବେଳେ ଫେବୃୟାରୀ ଉପ ନିର୍ବାଚନରେ ୮୨,୧୭ ପ୍ରତିଶତ ଭୋଟ ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାଞ୍ଚ ଜଣ ପ୍ରାର୍ଥୀ ମଇଦାନରେ ଥିଲେ ମଧ୍ୟ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ। ବିଜେଡି ପକ୍ଷରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ କଡା ମୁକାବିଲା ହେବ । ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।