ବିଜେପୁର ଉପ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଆସନ୍ତା 24 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ଫଳାଫଳ ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ବିଜୟ ହାସଲ କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପୂର୍ବାନୂମାନ କରିଛନ୍ତି । ରୀତା ସାହୁଙ୍କୁ ଚଳିତ ନିର୍ବାଚନରେ 1.25 ଲକ୍ଷରୁ 1.40 ଲକ୍ଷ ଭୋଟ ମିଳିବ ଏବଂ ସେ ନବୀନଙ୍କ ଠାରୁ ଅଧିକ ବ୍ୟବଧାନରେ ବିଜୟୀ ହେବେ ବୋଲି ସୁଶାନ୍ତ ସିଂ କହିଛନ୍ତି । ଏପ୍ରିଲ୍ ମାସରେ ଅନୁଷ୍ଠିତ ନିର୍ବାଚନରେ ନବୀନ 1.10 ଲକ୍ଷ ଭୋଟ ପାଇଥିଲେ ।