ସମୀକ୍ଷା ବ୍ୟୁରୋ
ବାଣପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନୀଳାଦ୍ରିପସାଦ ପଞ୍ଚାୟତର କଦଳୀବାରି ନିକଟସ୍ଥ ସାଇ ମନ୍ଦିର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଦ୍ବୟ ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଗ୍ରାମର ବୋଲି ଜଣାପଡିଛି। ଉଭୟ ବିରଜାଇ ମନ୍ଦିର ଠାରୁ ଗାଁ ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ। ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ମାତ୍ର ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।