ଝାଡଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଶକ୍ତ ଝଟକା ଲାଗିଛି । ବିରୋଧୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ୬ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ସକାଳ ୧୧ରୁ ଦିନ ୨ଟା ଯାଏଁ ଏହି ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା ।ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ କୃଣାଳ ସାରଙ୍ଗୀ, ଜେପି ଭାଇ ପଟେଲ, ଚମରା ଲିଣ୍ଡା, କଂଗ୍ରେସର ବିଧାୟକ ସୁଖଦେବ ଭଗତ ଓ ମନୋଜ ଯାଦବ, ନବ ଜବାନ ସଂର୍ଘଷ ମୋର୍ଚ୍ଚାର ବିଧାୟକ ଭାନୁ ପ୍ରତାପ ସାହୀ ପ୍ରମୁଖ ବିଜେପିର ସଦସ୍ୟସତା ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ରହିଥିଲେ । ଏହା ଆସନ୍ତା ନିର୍ବାଚନରେ ବିଜେପିର ଶକ୍ତିବୃଦ୍ଧି କରିବ ବୋଲି କୁହାଯାଉଛି ।