କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ତିହାଡ ଜେଲରେ ଭେଟିଛନ୍ତି । ଆଜି ସକାଳ ୯ଟାରେ ସୋନିଆ ତିହାଡ ଜେଲରେ ପହଁଚିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଥିଲା । ଶିବକୁମାରଙ୍କ ପଛରେ ଦଳ ରହିଥିବା ସୋନିଆ କହିଥିବା ସୂଚନା ମିଳିଛି । ଶିବକୁମାର ଏବେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଅଛନ୍ତି। ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ମାମଲାରେ ଗତ କିଛି ସପ୍ତାହ ତଳେ ଗିରଫ କରିଥିଲା । ଏହାପରେ ତାଙ୍କୁ ତିହାଡ ଜେଲରେ ରଖାଯାଇଛି । ଆଜି ଶିବକୁମାରଙ୍କ ଯାଚିକା ଉପରେ ଶୁଣାଣି ହୋଇପାରେ । ନ୍ୟାୟମୂର୍ତ୍ତି ସୁରେଶ କେତ ଶିବକୁମାରଙ୍କ ଜାମିନ ଆବେଦନ ଉପରେ ଅକ୍ଟୋବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ ।