ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀଙ୍କୁ ଯାତ୍ରା ସମୟରେ ଫ୍ରି ୱାଇ ଫାଇର ସୁବିଧା ମିଳିବ । ରେଳବାଇ ଏହି ପରିଯୋଜନା ପାଇଁ କାମ ଆରମ୍ଭ କରିଦେଇଛି । ବର୍ତ୍ତମାନ ଦେଶର ୫୧୫୦ ଷ୍ଟେସନରେ ମାଗଣା ୱାଇ ଫାଇ ସୁବିଧା ମିଳୁଛି । ସ୍ୱିଡେନରେ ଖବର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଆଗାମୀ ବର୍ଷ ଶେଷ ସୁଦ୍ଧା ସମସ୍ତ ୬୫୦୦ ଷ୍ଟେସନରେ ୱାଇ ଫାଇର ସୁବିଧା ମିଳିବ । ସେହିପରି ସୁରକ୍ଷିତ ଯାତ୍ରା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହା ହେବା ଦ୍ୱାରା ସୁରକ୍ଷା ଆହୁରି କଡାକଡି ହୋଇପାରିବା ପ୍ରତି କୋଚରେ ଲାଗିଥିବା ସିସିଟିଭିର ଲାଇଭ ଫିଡ୍ ନିକଟସ୍ଥ ଥାନାକୁ ଯିବ । ଟ୍ରେନର ପରିଚାଳନାରେ ବ୍ୟବହୃତ ସିଗନାଲ ସିଷ୍ଟମକୁ ୱାଇଫାଇ ସହ ଯୋଡାଯିବ।