କେନ୍ଦ୍ର ସରକାର ଚଳିତ ବର୍ଷ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏଥରେ ଖାଦ୍ୟଶସ୍ୟର ଏମ୍ଏସ୍ପି ଅର୍ଥାତ୍ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଥିବାବେଳେ କେବଳ ଧାନ ଉପରେ ଏମ୍ଏସ୍ପି ବୃଦ୍ଧି ହୋଇନାହିଁ । ଗହମର ଏମଏସପି ୮୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି । ସେହିପରି ଡାଲିର ଏମଏସପିରେ ସରକାର ୩୨୫ ଟଙ୍କା ବୃଦ୍ଧି କରିଛନ୍ତି । ଗହମର ଏମଏସପିରେ ୮୫ ଟଙ୍କା ବୃଦ୍ଧି ହୋଇ ଏହା ୧୮୪୦ କ୍ୱିଣ୍ଟାଲରୁ ବୃଦ୍ଧି ହୋଇ ୧୯୨୫ ଟଙ୍କା ହୋଇଛି । ବାର୍ଲିରେ ମଧ୍ୟ ଏମଏସପିରେ ୮୫ ଟଙ୍କା ପ୍ରତି କ୍ୱିଣ୍ଟାଲ ପିଛା ବୃଦ୍ଧି ହୋଇଛି । ପୂର୍ବରୁ କ୍ୱିଣ୍ଟାଲ ପିଛା ୧,୪୪୦ଟଙ୍କା ଥିବାବେଳେ ଏବେ ଏହା ୧,୫୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ ହୋଇଛି । ସେହିପରି ଡାଲିରେ ଏମଏସପିରେ ୩୨୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି, ପୂର୍ବରୁ ଏହା ୪,୪୭୫ ଥିବାବେଳେ ବର୍ତ୍ତମାନ କ୍ବିଣ୍ଟାଲ ପ୍ରତି ୪.୮୦୦ଟଙ୍କା ହୋଇଛି । ଚଣାର ଏମ୍ଏସ୍ପିରେ ୨୫୫ ଟଙ୍କା ବୃଦ୍ଧି ହୋଇଥିବାବେଳେ ଚଣାର ବର୍ତ୍ତମାନ ମୂଲ୍ୟ ୪,୮୭୫ଟଙ୍କା ହୋଇଛି । ସେହିପରି ସୋରିଷ କ୍ବିଣ୍ଟାଲ୍ ପ୍ରତି ୨୨୫ ଟଙ୍କା ବୃଦ୍ଧି ହୋଇଛି ।