ସମୀକ୍ଷା ବ୍ୟୁରୋ
ବରଗଡ-ବିଜେପୁର ଉପନିର୍ବାଚନର ଭୋଟ ଗଣତି କାମ ସୁରୁଖୁରରେ ସକାଳ ୮ଟାରୁ ଆରମ୍ଭ ହୋଇଛି। ପଦ୍ଣପୁରରେ ଚାଲିଥିବା ଏହି ଗଣତିରେ ବର୍ତ୍ତମାନ ସୁଦ୍ଧା ଦୁଇ ରାଉଣ୍ଡ ଶେଷ ହୋଇଛି। ଏହି ଦୁଇ ରାଉଣ୍ଡରେ ବିଜେଡି ଢେର ଆଗରେ ରହିଛି। ବିଜେଡିକୁ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୭ ହଜାର ୨୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୨ହଜାର ୧୬୧ ଖଣ୍ଡ ଭୋଟ। ତେବେ କଂଗ୍ରେସ ଏହି ଦୁଇ ଦଳରୁ ଢେରେ ପଛରେ ପଡିଯାଇଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସକୁ ମିଳିଛି ମାତ୍ର ୨୫୨ ଖଣ୍ଡ ଭୋଟ।