ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳ ସେବା ବାଧାପ୍ରାପ୍ତ ହୋଇଛି । ବର୍ଷା ପାଣି ଜମି ରହିବା କାରଣରୁ ପଲାସା ଓ ବିଜୟନଗରମ୍ରେ ବହୁ ଟ୍ରେନ୍ ବିଳମ୍ବରେ ଚାଲୁଛି । ସେହିପରି କିଛି ଟ୍ରେନ୍ର ଗତିପଥକୁ ବଦଳାଯାଇଥିବାବେଳେ ବାତିଲ ମଧ୍ୟ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପଲାସା ଓ ବିଜିୟନଗରମ୍ ଷ୍ଟେସନ୍ ମଧ୍ୟରେ ଟ୍ରାକ୍ ଉପରେ ପାଣି ଜମି ରହିଛି । ଫଳରେ ବହୁ ଟ୍ରେନ୍ ବିଳମ୍ବରେ ଚାଲୁଛି । ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସର ଗତିପଥକୁ ବଦଳାଯାଇଛି । ଏହା ଶ୍ରୀକାକୁଲମ ନିକଟରେ ଗତି ପଥ ବଦଳାଇ ବିଶାଖାପାଟଣା ଯିବ । ସେହିପରି ଫେରିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣା-ବ୍ରହ୍ମପୁର ଏବଂ ଆସନ୍ତାକାଲି ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ଓ୍ବାନ୍ ପେୟାର ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି । ଏହା ସହିତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ୍ ବାତିଲ ହୋଇଥିବା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।