କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି-ଶିବସେନା ମେଣ୍ଟ ୧୬୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍ସିପି ମେଣ୍ଟ ୮୫ଟି ଆସନରେ ଓ ଅନ୍ୟାନ୍ୟ ଦଳ ୩୮ଟି ଆସନରେ ଆଗରେ ରହିଛନ୍ତି। ଫଳରେ ଏଠାରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ବାଜିମାତ୍ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ହରିଆଣାରେ ୯୦ଟି ଆସନରୁ ବିଜେପି ୩୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ଟି ଆସନ, ଜନନାୟକ ଜନତା ପାର୍ଟି(ଜେଜେପି) ୧୨ଟି ଆସନ, ଓ ଅନ୍ୟାନ୍ୟ ଦଳ ୧୧ଟି ଆସନରେ ଆଗୁଆ ରହିଛି। ତେବେ ହରିୟାଣାରେ ଜେଜେପି କିଙ୍ଗମେକର୍ ସାଜିବ । କଂଗ୍ରେସ ଏଠାରେ ଜେଜିପିକୁ ଡେପୁଟି ସିଏମ୍ ପଦ ଯାଚି ସାରିଛି