Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ବନ୍ୟା ପରିସ୍ଥିତି, ଶାଳିଆ ଡ୍ୟାମର ଜଳସ୍ତରରେ ବୃଦ୍ଧି
ଆଜିର ଖବର

ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ବନ୍ୟା ପରିସ୍ଥିତି, ଶାଳିଆ ଡ୍ୟାମର ଜଳସ୍ତରରେ ବୃଦ୍ଧି

October 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନିଆ ଲଗାଣ ବର୍ଷା ଯୋଗୁଁ ଶାଳିଆ ଡ୍ୟାମର ଜଳସ୍ତରରେ ବୃଦ୍ଧି ହୋଇଥିବାର ସୂଚନା ରହିଛି  ଏହା ଦ୍ୱାରା ଶାଳିଆ ନଦୀ ତଟରେ ଥିବା ଗାଁଗୁଡ଼ିକରେ ପାଣି ପସିବା ଆରମ୍ଭ ହୋଇଯାଇଛି। ଏପରିକି ବାଣପୁର ଏନଏସିର ଓ୍ବାର୍ଡ ନଂ ୧, ୨, ୩,୪,୧୧,୧୨,୧୩,୧୪ରେ ଘର ଭିତରେ ପାଣି ପସିଥିବାର ଖବର ମିଳିଛି । ବାଣପୁର ଠାରୁ ବାଲୁଗାଁ ମଧ୍ୟରେ ମା ମେଘାମ୍ବରୀ ରାସ୍ତାରେ ଗତ ରାତିରୁ ପାଣି ରାସ୍ତା ଉପରେ ଅତିକ୍ରମ କରୁଛି। ତେଣୁ ଏହି ମୁଖ୍ୟ ରାସ୍ତାରେ ଯାତାୟାତ କରିବାରେ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବପଟୁ ବାଣପୁର ବାଲୁଗାଁ ରାସ୍ତା, ପଶ୍ଚିମରେ ଭେଟେଶ୍ବର ରାସ୍ତା, ଉତ୍ତରରେ ସାନ ହନ୍ତୁଆଡ଼ ରାସ୍ତାରେ ପାଣି ଅତିକ୍ରମ କରିବାକୁ ଆରମ୍ଭ କରିଛି। ଆଉ କିଛି ସମୟ ପରେ ଏହି ରାସ୍ତାରେ ଯାତାୟାତ କରିବା ଅସମର୍ଥ ହୋଇପଡିବ। ଯଦ୍ୱାରା ବାଣପୁର ବଜାରକୁ ୫/୬ଟି ପଂଚାୟତର ଏହି ରାସ୍ତାରେ ଆସିବା ବନ୍ଦ ହୋଇଯିବ। ରାସ୍ତାରେ ପାଣି ଭାସିବା ଦ୍ବାରା ବାଣପୁରରେ ଥିବା ୧୭ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବାର ଅସୁବିଧା ହେବେ।

ସୂଚନା ଅନୁଯାୟୀ ଏନଏସିର ଗ୍ରାମବାସୀ ଏନଏସି କର୍ତ୍ତୃପକ୍ଷଙ୍କୁ ଲଗାତାର ଏ ବାବଦରେ ରିଲିଫ ତଥା ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଗୁହାରି କରୁଛନ୍ତି। କିନ୍ତୁ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନି। ଉକ୍ତ କର୍ତ୍ତୃପକ୍ଷଙ୍କୁ ବନ୍ୟା ହେବାର ଆଶଙ୍କାରେ ବାରମ୍ବାର ସମ୍ପର୍କ କରୁଥିଲେ ମଧ୍ୟ ତାଙ୍କର ନୀରବତା ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି  କଚ୍ଚା ଘର ମାନଙ୍କରେ ପାଣି ପସିବା ଦ୍ବାରା ବହୁତ ପ୍ରକାର ଅସୁବିଧା ହେଉଛି। ଐତିହାସିକ ପଲଟନ ପଡିଆ ନିକଟସ୍ଥ ଗାଁ ବଡ଼ହନ୍ତୁଆଡ଼ରେ ପାଣି ପସିବାର ସୂଚନାମିଳିଛି। ସେଠାରେ କୁନି କୁନି ପିଲାମାନେ କାଲିଠାରୁ କିଛି ନ ଖାଇ ଉପାସରେ ରହିଥିବାର ଜଣାପଡିଛି।  ଏ ନେଇ କର୍ତ୍ତୃପକ୍ଷଙ୍କ ନିରବ ରହିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଚଳନ୍ତା ବସରୁ ଖସି ଯୁବକଙ୍କ ମୃତ୍ୟୁ

March 10, 2026

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026
Latest News

ଚଳନ୍ତା ବସରୁ ଖସି ଯୁବକଙ୍କ ମୃତ୍ୟୁ

March 10, 2026

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.