ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର, ଆସନ୍ତା 28 ତାରିଖ ଦିନ ଯାଜପୁର ସ୍ମିତାରାଣୀ ମୃତ ଘଟଣାରେ ମହିଳା କମିଶନ ଅଫିସ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା। ତାଙ୍କ କହିବା ଅନୁସାରେ ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁ ଭଳି ଭାବରେ ବଳାତ୍କାର ପରେ ହତ୍ୟାକରା ଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁପ ରହିଲେ । ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଗତ ୧୯ ତାରିଖରେସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ଯାହା ସମ୍ପୃର୍ଣ୍ଣ ମିଛ । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ ତଦନ୍ତ ବେଳେ କାହାକୁ ଭେଟିଲେ । ମୃତା ସ୍ମୀତାରାଣିଙ୍କର ପରିବାରକୁ ଭେଟିଥିଲେ କି ? ଯେତେବେଳେ ମୃତା ସ୍ମୀତାରାଣିଙ୍କର ସ୍ମାମୀ ଆସି ଭୂବନେଶ୍ୱରରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲେ ସେତେବେଳେ ମହିଳା କମିଶନ ଅଧ୍ୟକ୍ଷା ତାଙ୍କୁ ଚିହ୍ନି ନଥିବା କଥା କହିଲେ । ତାହେଲେ ସେ କେମିତି ତଦନ୍ତ ସାରିଲେ ? ଏପରି କି ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇ ନାହାନ୍ତି ବୋଲି ସେ ଗାଁଲୋକ କହୁଛନ୍ତି । ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ସ୍ୱାମୀଙ୍କର ବିନା ବୟାନରେ, ତାଙ୍କ ସହିତ କଥା ନହୋଇକି ପ୍ରକାର ତଦନ୍ତ କରିଲେ ? ସ୍ମୀତାରାଣୀଙ୍କର ସହଯୋଗୀ କର୍ମଚାରିମାନଙ୍କ ସହିତ ବି କଥା ହୋଇ ନାହାନ୍ତି ବୋଲି ସେ ବ୍ଲକର କର୍ମଚାରିମାନେ କହୁଛନ୍ତି ।ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ ଅଫିସ ଘେରାଉ କରିବାକୁ ନିଷ୍ପତି ଗ୍ରହଣ କରିଛି।