ସମୀକ୍ଷା ବ୍ୟୁରୋ
ବାଣପୁର:-ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 133 ତମ ଜୟନ୍ତୀ ବାଣପୁରରେ ପାଳିତ ହୋଇଯାଇଛି। ଠିକ ଆଜିର ଦିନରେ ଅର୍ଥାତ ଅକ୍ଟୋବର 26 ତାରିଖ 1886 ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମମାଟି ବାଣପୁରସ୍ଥିତ ନେହୁର ସେବା ସଂଘରେ ଏହି ଜୟନ୍ତୀ ପାଳିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ରାଜନୈତିକ ଜୀବନ ସଂପର୍କରେ ଅବଗତ କରାଇଥିଲେ। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଦେବେନ୍ଦ୍ରନାଥ ମାନସିଂହ ମଧ୍ୟ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ। ଗୋଦାବରୀଶ ମିଶ୍ରଙ୍କ ରଚିତ କାଳିଜାଈ କବିତା କିପରି ଓଡିଶାର ଜନମାନସରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ତାହାର ଦୃଷ୍ଟାନ୍ତ ପ୍ରତିପାଦନ କରାଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଏବଂ ଶାଳିଆ ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ଦାସ, ରମେଶ ମଲ୍ଲିକ ଏବଂ ବାଳମୁକୁନ୍ଦ ଦାସ ପ୍ରମୁଖ ଯୋଗଦେଇ ଗୋଦାବରୀଶ ମିଶ୍ରଙ୍କ ଜୀବନ ଶୈଳୀ ଓ ସାହିତ୍ୟ ଉପରେ ଆଲୋକପାତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର ଅଞ୍ଚଳର ବହୁ ବୁଦ୍ଧିଜିବୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ପଣ୍ଡିତ ଗୋଦାବରୀଶଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।