ସମୀକ୍ଷା ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୮ତମ ମନ କି ବାତ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ମୋଦୀ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ମୋଦି। ଏହି ଅବସରରେ ମୋଦି ନାରୀଶକ୍ତିର ଗୁରୁତ୍ବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୀପାବଳି ନାରିଶକ୍ତିର ସମ୍ମାନ ଉଦ୍ଦେଶ୍ୟରେ ଏବଂ ଭାରତରେ ମହିଳାଙ୍କୁ ଲକ୍ଷ୍ମୀ ଭାବରେ ପୂଜା କରିବା ପାଇଁ ପାଳନ କରାଯାଏ ବୋଲି ମୋଦି କହିଥିଲେ। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ବିଷୟରେ ମଧ୍ୟ ମୋଦି ନିଜ ମନ୍ କି ବାତ ସମୟରେ କହିଥିଲେ। ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବରେ ସର୍ଦ୍ଦାର ବଲ୍ଲଭାଇ ପଟେଲ ଭାରତକୁ ଏକ କରି ଗଢି ତୋଳିବା ଭଳି ଐତିହାସିକ କାମ କରିଛନ୍ତି। ଅକ୍ଟୋବର ୩୧ ତାରିଖରେ ପ୍ରତି ବର୍ଷ ଭଳି ରନ ଫର ୟୁନିଟର ଆୟୋଜନ କରାଯିବ ବୋଲି ମୋଦି କହିଥିଲେ। ସେହିପରି ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିବସ ଉପଲକ୍ଷେ କର୍ତ୍ତାରପୁର ଯାତ୍ରା କରୁଥିବା ପର୍ଯ୍ୟଟକଙ୍କୁ ନିଜର ଅଭିବାଦନ ଜଣାଇଥିଲେ ମୋଦି।