ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ର ମୁଖ୍ୟ ଅବୁ ବକର୍ ବାଗଦାଦୀ ନିହତ ହୋଇଥିବାର ଖବର ପ୍ରକାଶ ପାଇଛି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଗ୍ଦାଦୀ ଉପରେ ହୋଇଥିବା ଆକ୍ରମଣରେ ସେ ପ୍ରାଣ ହରାଇଛି । ରବିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆକ୍ରମଣ ସମୟରେ ବାଗ୍ଦାଦୀ ଏକ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛି । ସିରିଆରେ ମୁତୟନ ରହିଥିବା ଆମେରିକା ସେନାର ଏକ ପୋର୍ଟାଲ ପକ୍ଷରୁ ଏହି ସୂଚନା ରବିବାର ଦିନ ପ୍ରକାଶ ପାଇଛି । ଏହା ସହିତ ଟ୍ରମ୍ପ କୌଣସି ବଡ ଘୋଷଣା କରିବା ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ବର୍ଷ ମଧ୍ୟରେ ବାଗ୍ଦାଦୀର ମୃତ୍ୟୁ ନେଇ ଅନେକ ଖବର ପ୍ରକାଶ ପାଇଥିବା ବେଳେ ସର୍ବଦା ଏହା ମିଥ୍ୟା ପ୍ରମାଣିତ ହେଇଥିଲା ।