ଆଜି ଆଲୋକର ପର୍ବ ଦୀପାବଳି । ରାଜ୍ୟବାସୀଙ୍କ ଶୁଭେଚ୍ଛା ଜଣାଇବା ସହିତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଓ ଏସ୍ ଭିଲେଜ୍ରେ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ପଦଧିକାରୀ ଯେପରିକି ସିଏସ , ଡିସି ଏବଂ ଏ ପିସିମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ଶିଶୁଙ୍କ ଥଇଥାନ ଲାଗି ଉଦ୍ଦିଷ୍ଟ ଅନୁଷ୍ଠାନ ତଥା ଚାଇଲ୍ଡ କେୟାର ପ୍ରତିଷ୍ଠାନକୁ ଗସ୍ତ କରି ସେଠାରେ ଥିବା ଶିଶୁମାନଙ୍କ ସହ ଦୀପାବଳି ପାଳନ କରନ୍ତୁ। ସେହିପରି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ସେମାନଙ୍କ ଜିଲ୍ଲାରେ ଥିବା ଶିଶୁ ମଙ୍ଗଳ ସଂସ୍ଥାଗୁଡିକୁ ଯାଇ ଦୀପାବଳି ପାଳନ କରିବେ । ଡିଜିଙ୍କଠୁ ଆରମ୍ଭ କରି ଏସପିଙ୍କ ସମେତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ବାଟାଲିଆନକୁ ଯାଇ ସେଠାରେ ଯବାନ ଏବଂ ତାଙ୍କ ପରିବାରଙ୍କ ସହିତ ଦୀପାବଳି ପାଳନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ସରକାର ପ୍ରକୃତରେ ମାନବିକତା ପ୍ରଦର୍ଶନ କରିବେ ।