Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବିଭିପି ଦ୍ୱାରା ବାଣପୁର ଓ ଗମ୍ଭାରୀମୁଣ୍ଡାରେ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ
ଆଜିର ଖବର

ଏବିଭିପି ଦ୍ୱାରା ବାଣପୁର ଓ ଗମ୍ଭାରୀମୁଣ୍ଡାରେ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ

October 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ପବିତ୍ର ଦୀପାବଳି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକକାଳୀନ ଭାବରେ ବାଣପୁର ସ୍ଥିତ ମୁକ୍ତାଦେଇପୁର ଗ୍ରାମ ଓ ଗମ୍ଭାରୀମୁଣ୍ଡା ସ୍ଥିତ ଖଜୁରିଆ ଗ୍ରାମରେ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଣପୁର ସଂସ୍କାର କେନ୍ଦ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ କେଦାର ମେହେର  ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର  ବାଣପୁର ମଣ୍ଡଳ ପ୍ରମୁଖ କୈଳାଶ  ଚନ୍ଦ୍ର ଖୁଣ୍ଟିଆ ଉଦ୍‌ଘାଟନ କରିଥିବା ବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରକୁ ଗମ୍ଭାରୀମୁଣ୍ଡା ଅଂଚଳର ଉଦୀୟମାନ ଯୁବ ସମାଜସେବୀ ଆଶିଷ ସାମନ୍ତସିଂହାର ଓ ପାର୍ଥସାରଥୀ ପଲାଇ ଉଦ୍ଘା‌ଟନ କରିଥିଲେ। ଉଭୟ ସଂସ୍କାର କେନ୍ଦ୍ରରେ ଅତିଥିମାନେ ଛୋଟଛୋଟ ଶିଶୁ ଭାଇଭଉଣୀମାନଙ୍କୁ ବିଭିନ୍ନ ଶ୍ଳୋକ ଶିଖାଇବା ସହ ଶାରୀରିକ ପ୍ରଶିକ୍ଷଣ ଓ ଜ୍ଞାନ ପ୍ରଦାନ କରିଥିଲେ।

ବାଣପୁର ସଂସ୍କାର କେନ୍ଦ୍ରର ନେତୃତ୍ୱ ବାଲୁଗାଁ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଭୋଳା ଜେନା, କାଳିଜାଇ ରେସିଡେଣ୍ଟିଆଲ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଅଜୟ ଦାସ, ଆଙ୍କୁଲା କଲେଜ ଯୁକ୍ତ ୨ ସଭାପତି ସିଦ୍ଧାର୍ଥ ବାରିକି, ବିଦ୍ୟାଧର, ନାରାୟଣ, କାହ୍ନା ନେଇଥିବାବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରର ନେତୃତ୍ୱ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ ସଭାପତି ଜଗନ ପ୍ରଧାନ, ସମ୍ପାଦକ ବିଜୁ ପ୍ରଧାନ, ସନ୍ଦୀପ ସାହୁ  ଓ ଦୀପକ ପ୍ରଧାନ ନେଇଥିଲେ। ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବିଭିପି ବାଣପୁର-ବାଲୁଗାଁ ର ୩ ଗୋଟି ଅଂଚଳରେ ସଂସ୍କାର କେନ୍ଦ୍ର ଆରମ୍ଭ ହୋଇଯାଇଛି । ବିଦ୍ୟାର୍ଥୀ ପରିଷଦର ଉକ୍ତ ମହତ କାର୍ଯ୍ୟକୁ ସମଗ୍ର ବାଣପୁର ବାଲୁଗାଁବାସୀ ଉଚ୍ଚ ପ୍ରସଂଶିତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026
Latest News

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.