ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର- ଚଳିତ ବର୍ଷ ଦଶହରା ପାଳନ କରି ନ ଥିଲେ। ନିଜର ଜନ୍ମଦିନ ମଧ୍ୟ ପାଳନ କରି ନ ଥିଲେ। ହେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏଥର ଦୀପାବଳି ପାଳନ କରିଛନ୍ତି। ଆଜି ଅପରାହ୍ନରେ ନବୀନ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଏସଓଏସ ଭିଲେଜରେ ଅନାଥ ପିଲାଙ୍କ ଗହଣରେ ପାଳନ କରିଛନ୍ତି ଦୀପାବଳି। ନବୀନ ସେହି ଗ୍ରାମରେ ପହଁଚିବା ପରେ ପିଲାମାନଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ସେମାନଙ୍କ ଗହଣରେ ନବୀନ ଚୁଡୁଚୁଡିଆ ବାଣ ଫୁଟାଇଥିଲେ। ଏହା ଦେଖି ସେଠାକାର ପିଲା ବେଶ୍ ଖୁସି ହୋଇ ଯାଇଥିଲେ।
ସେତିକି ନୁହେଁ ବାଣଫୁଟା ପର୍ବ ସରିବା ପରେ ନବୀନ ପିଲାଙ୍କୁ ମିଠା ପ୍ୟାକେଟ ପ୍ରଦାନ କରି, ହାପି ଦିୱାଲି ବୋଲି କହିଥିଲେ। ସେଠାରେ ନବୀନ ବେଶ୍ କିଛି ସମୟ ବିତାଇଥିଲେ। ପିଲାମାନଙ୍କ ସହିତ ହସଖୁସି କରିବା ସହ ସେମାନଙ୍କୁ ବିଭିନ୍ନ କଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଯିବା ପାଇଁ ଏସଓଏସ ଭିଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।