ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ଦତୁଇ ସହଯୋଗୀ ରାଜନୈତିକ ଦଳ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଏକ ଅଲଗା ସ୍ତରରେ ପହଞ୍ଚିଛି । ସୋମବାର ଉଭୟ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଜେପ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଥିବା ବେଳେ ପୂର୍ବତନ ମହାରାଷ୍ଟ୍ର ସଡକ ଓ ପରିବହନ ମନ୍ତ୍ରୀ ଦିବାକର ରାଓଟେ ଶିବସେନା ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ଭେଟିଥିଲେ । ଉଭୟ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବା ପରେ ମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଛି । ରାଜ୍ୟପାଳଙ୍କୁ ଭେଟିବା ସମ୍ପୂର୍ଣ୍ଣ ଅନୌପଚାରିକ ଥିଲା ଏବଂ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିବା ନିମନ୍ତେ ଥିଲା ବୋଲି ରାଓଟେ ପ୍ରକାଶ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ନେଇ ବିଜେପିର ଜନୈକ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗି ରହିଛି ।