ସିରିଆରେ ଆମେରିକା ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ଆକ୍ରମଣ ସମ୍ବନ୍ଧରେ ଋଷ ସେନା ଅବଗତ ନଥିବା ନେଇ ଋଷ ପ୍ରତିରକ୍ଷା ମୁଖପାତ୍ର ଆଇଗର୍ କୋନାସେଙ୍କୋଭ୍ ପ୍ରକାଶ କରିଛନ୍ତି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିହତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆମେରିକାର ପ୍ରମୁଖ ବିରୋଧୀ ରାଷ୍ଟ୍ର ଋଷ ପକ୍ଷରୁ ଏହ ଆକ୍ରମଣକୁ ଅସ୍ବୀକାର କରିବା ସହିତ ଆକ୍ରମଣ ନେଇ ଅବଗତ ନଥିବା ସ୍ପଷ୍ଟ କରିଛି । ଋଷ ମୁତାବକ ସିରିଆର ଇଡଲିବ୍ରେ ଏହି ଆକ୍ରମଣ ହୋଇଥିଲା ଯେଉଁଠି ଋଷ ସେନାବାହିନୀ ଉପସ୍ଥିତ ଥିଲେ । ଦ୍ବିତୀୟତଃ ସମସ୍ତ ରାଷ୍ଟ୍ର ଏହି ଆକ୍ରମଣକୁ ନେଇ ଅଲଗା ଅଲଗା ତଥ୍ୟ ପ୍ରଦାନ କରୁଥିବାରୁ ଏହା ଅବିଶ୍ବାସଯୋଗ୍ୟ ବୋଲି ଋଷ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।