ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସନ୍ତୁଷ୍ଟ ରହିବା ଉଚିତ୍ ବୋଲି ରିଭଲ୍ୟୁସନାରୀ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀ ସର୍ତ୍ତରେ ଆଦୌ ରାଜି ହେବ ନାହିଁ ତେଣୁ ଶିବସେନା ଆଦିତ୍ୟ ଠାକ୍ରେଙ୍କ ଉପ ମୁଖ୍ୟମନ୍ତ୍ରୀତ୍ବରେ ସନ୍ତୁଷ୍ଟ ରହିବା ଉଚିତ୍ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ କହିଛନ୍ତି ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ମିଳିଛି ତେଣୁ ବିବାଦ ପରିତ୍ୟାଗ କରି ଉଭୟ ଦଳ ସରକାର ଗଠନ କରିବା ଉଚିତ୍ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି ।