Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ
ଆଜିର ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

October 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମର ଅନିଲ୍‌ କୁମାର ଲେଙ୍କା ଓ ତାଙ୍କ ବାପା ଭାଇଙ୍କୁ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କାଲି ଦୀପାବଳି ଉପଲକ୍ଷେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ଧୁଙ୍କ ଘରକୁ ବଡ଼ବଡୁଆ ଡାକିବା ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ତାଙ୍କ ସାହି ମଣ୍ଡପ ନିକଟରେ ଆକ୍ରମଣ କରାଯାଇଛି।  କିଛି ଅସାଧୁ ଲୋକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

ସେମାନେ ଠେଙ୍ଗା ସାହାଯ୍ୟରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରି ତାଙ୍କୁ ଓ ତାଙ୍କ ଭାଇକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁନିଲ୍‌ ଲେଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।  ତାଙ୍କ ବାପା ମେଘବାହନ ଲେଙ୍କା ଓ ତାଙ୍କୁ ଠେଙ୍ଗା ସାହାଯ୍ୟରେ ମାରଧର କରି ତାଙ୍କ ତଣ୍ଟିକୁ ମାଡ଼ି ବସି କାଟିବା ପାଇଁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଆସୁଥିବାର ଦେଖି ଅଭିଯୁକ୍ତମାନେ ପଳାୟନ କରିଥିଲେ। ତାଙ୍କୁ ଓ ତାଙ୍କ ବାପା-ଭାଇଙ୍କୁ ପଡ଼ୋଶୀ  ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୂର୍ବରୁ  ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପୃକ୍ତ ଅଭିଯୁକ୍ତମାନେ ମାନସିକ ଓ ସାମାଜିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଅନିଲ୍‌ ଲେଙ୍କା ଅଭିଯୋଗ କରିଛନ୍ତି।  ବର୍ତ୍ତମାନ ଅଭିଯୁକ୍ତମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଅଭିଯୋଗକାରୀ ତଥା ପୀଡ଼ିତ ଅନିଲ୍‌ କୁମାର ଲେଙ୍କା।

Share. Facebook Twitter LinkedIn Email WhatsApp Copy Link

Related Posts

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026
Latest News

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.