କେନ୍ଦ୍ରାପଡା ରାଜନଗରରେ ଚାଷୀମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପରିସରରେ ଷଣ୍ଢ ଛାଡି ପ୍ରତିବାଦ କରିଛନ୍ତି ଚାଷୀ। ଦୀର୍ଘଦିନ ଧରି ଅଞ୍ଚଳରେ ଷଣ୍ଢ ଉପଦ୍ରବ ବଢିଥିଲା। ଏନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାଥିଲା। ଫଳରେ ଆଜି ରାଜନଗରରେ ଜନଶୁଣାଣି ଚାଲିଥିଲା ବେଳେ ଉତ୍ତ୍ୟକ୍ତ ଚାଷୀ ବ୍ଲକ ପରିସରରେ ବୁଲା ଷଣ୍ଢଙ୍କୁ ଘଉଡାଇ ଆଣିଥିଲେ। କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ ଦୀର୍ଘ ଦିନ ଧରି ଷଣ୍ଢ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଶାନୁରୂପକ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ଉତ୍ତ୍ୟକ୍ତ ଚାଷୀମାନେ ଆଜି ଜନଶୁଣାଣି ଚାଲିଥିଲା ବେଳେ ଶତାଧିକ ବୁଲା ଷଣ୍ଢଙ୍କୁ ଆଣି ବ୍ଲକ ପରିସରରେ ଭର୍ତ୍ତି କରି ହୋହାହ୍ଲା କରିଥିଲେ।