ବଲିଉଡ୍ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଧୁମ୍ ସିରିଜ୍ର ଚତୁର୍ଥ ସଂସ୍କରଣରେ ନଜର ଆସିବେ ବୋଲି ସୂଚନା ରହିଛି । ୟଶ୍ରାଜ୍ ବ୍ୟାନର୍ରେ ପ୍ରସ୍ତୁତି ଆକ୍ସନ ଥ୍ରିଲର୍ ‘ଧୁମ୍’ର ସମସ୍ତ ସିରିଜ୍ ବଲିଉଡ୍ରେ ସୁପରହିଟ ରହିଛି । ତେବେ ଫିଲ୍ମର ଚଳିତ ସିଜିନ୍ର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର ହେଉଛି ଖଳନାୟକ । ‘ଧୁମ୍’ରେ ଜନ୍ ଆବ୍ରାହମ୍, ଧୁମ୍ -୨’ରେ ହ୍ରିଥିକ୍ ରୋଶନ୍, ‘ଧୁମ୍-୩’ରେ ଆମୀର ଖାନ୍ ପ୍ରମୁଖ ଏହି ଭୂମିକାରେ ନଜର ଆସିଛନ୍ତି । ତେବେ ଏହି ସିରିଜ୍ରେ କିଏ ଖଳନାୟକ ହେବ, ତାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଏଥର ଏହି ସିରିଜ୍ରେ ଅକ୍ଷୟ କୁମାର ନଜର ଆସିବେ ବୋଲି ଜଣାପଡିଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାତା ଏହି ଫିଲ୍ମର ଲିଡ୍ କ୍ୟାରେକ୍ଟର୍ ଓ ସମସ୍ତ ଷ୍ଟାର୍ କାଷ୍ଟ୍ଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ।